Health Tips-Odia
ଆମ ଶରୀରକୁ କେମିତି ସୁସ୍ଥ ରଖିବା ଅସନ୍ତୁ ଜ?
17/11/2021
ନିୟନ୍ତ୍ରଣ ହେବ ଉଚ୍ଚ ରକ୍ତଚାପ, ଏହି ସବୁ ଅଭ୍ୟାସକୁ ନିୟମିତ କରନ୍ତୁ
ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ ।
କଞ୍ଚା ରସୁଣ ଖାଇଲେ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୁଏ
ମଦ୍ୟପାନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରାଏ
ହାଇ ବ୍ଲଡ଼ ପ୍ରେସର ବା ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ କିଲର କୁହାଯାଏ । ଏହାର ସାଧାରଣତଃ କୌଣସି ଲକ୍ଷଣ ଦେଖିବାକୁ ମିଳି ନଥାଏ । ଅଧିକାଂଶ ସମୟରେ ହୃଦ୍ ରୋଗ ମଧ୍ୟ ରକ୍ତ ଚାପର କାରଣ ହୋଇଥାଏ । ବିଶେଷଜ୍ଞ ମାନଙ୍କ ମତରେ ଆପଣଙ୍କ ହାର୍ଟ କେତେ ବ୍ଲଡ଼ ପମ୍ପ କରିଥାଏ ତାହା ଉପରେ ହାର୍ଟ ଆଟାକ୍ର କାରଣ ହୋଇଥାଏ । ଯଦି ଆପଣ ଏକ ସୁସ୍ଥ ଜୀବନଶୈଳୀ ସହିତ ଆପଣଙ୍କର ରକ୍ତଚାପକୁ ନିୟନ୍ତ୍ରଣ କରନ୍ତି, ତେବେ ଆପଣଙ୍କର କୌଣସୀ ଔଷଧର ଆବଶ୍ୟକତାକୁ ଏଡ଼ାଇ ପାରିବେ । ତେଣୁ କିଛିଟା ଜିନିଷକୁ ଆଖି ଆଗରେ ରଖି ବିଶେଷ ଭାବରେ ନିଜର ଶରୀରର ଯତ୍ନ ନେଇ ପାରିବା । ତେବେ ଚାଲନ୍ତୁ ଜାଣିବା ନିତ୍ୟଦିନ ଜୀବନରେ ବିଭିନ୍ନ ଅଭ୍ୟାସକୁ ନିୟମିତ କରିବା ଦ୍ୱାରା କିପରି ରକ୍ତଚାପକୁ ନିୟନ୍ତ୍ରଣ କରିପାରିବା ।
ରକ୍ତଚାପକୁ ନିୟନ୍ତ୍ରଣ କରିବା ପାଇଁ ଓଜନ ନିୟନ୍ତ୍ରଣ କରିବା ନିହାତି ଆବଶ୍ୟକ । ସପ୍ତାହକୁ ନିହାତି କିଛି ମାତ୍ରାରେ ଓଜନ ହ୍ରାସ ହେବା ଆବଶ୍ୟକ । ଗବେଷଣାରୁ ଜଣାପଡିଛି ଯେ ଓଜନ ବୃଦ୍ଧି ରକ୍ତଚାପ ଓ ହାର୍ଟ ଅଟାକ୍ର ଗୋଟିଏ ମୁଖ୍ୟ କାରଣ ଅଟେ ।
ଉଚ୍ଚ ରକ୍ତଚାପ ରୋଗୀ ମାନେ ପ୍ରୋସେଶ୍ ଫୁଡ୍ ନିୟମିତ ଖାଇବା ଉଚିତ୍ ନୁହେଁ । ଏଥିରେ ଲୁଣ ଓ ଚିନିର ମାତ୍ରା ଖୁବ୍ ଅଧିକ ରହିଥାଏ । ଯାହା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ କ୍ଷତିକାରକ ।
ଉଚ୍ଚ ରକ୍ତଚାପ ରୋଗୀ ମାନେ ଧୁମ୍ର ପାନ ଠାରୁ ନିହାତି ଦୂରେଇ ରହିବା ଆବଶ୍ୟକ । ଧିମ୍ର ପାନ ଅସ୍ଥାୟୀ ଭାବରେ ରକ୍ତଚାପକୁ ବୃଦ୍ଧି କରିଥାଏ ।
ସମସ୍ତଙ୍କ ଜୀବନରେ ପ୍ରାୟ ଚିନ୍ତା ସବୁବେଳେ ନଚେତ୍ ବେଳେବେଳେ ଦେଖିବାକୁ ମିଳିଥାଏ । ଯେଉଁ କାରଣରୁ ରକ୍ତଚାପ ବୃଦ୍ଧି ହେବା ଗୋଟିଏ ସାଧାରଣ ଲକ୍ଷଣ ଭାବରେ ଦେଖା ଦେଇଥାଏ । ତେଣୁ ଚିନ୍ତା ଓ ମାନସିକ ଚାପ ସର୍ବଦା ନିୟନ୍ତ୍ରିତ କରିବା ଉଚିତ୍ ।
ଉଚ୍ଚ ରକ୍ତଚାପ ରୋଗୀ ମାନେ ମଦ୍ୟପାନ କରିବା ଉଚିତ୍ ନୁହେଁ । ମଦ୍ୟପାନ ରକ୍ତଚାପ ସମସ୍ୟାକୁ ବୃଦ୍ଧି କରିଥାଏ । ତେଣୁ ମଦ୍ୟପାନ ଠାରୁ ଦୂରେଇ ରହିବା ଆବଶ୍ୟକ ।
ରକ୍ତଚାପ ନିୟନ୍ତ୍ରଣ କରିବା ପାଇଁ ଡାର୍କ୍ ଚକୋଲେଟ୍ ଗୋଟିଏ ଭଲ ମାଧ୍ୟମ । ପ୍ରତିଦିନ ଅଳ୍ପ ଡାର୍କ୍ ଚକୋଲେଟ୍ ଖାଇଲେ ରକ୍ତଚାପ ନିୟନ୍ତ୍ରଣ ହୋଇପାରିବ ।
ଯଦି
17/11/2021
ଆପଣ ନିଶ୍ଚିତ ଭାବରେ ଅନେକ ଯାଗାରେ ଶୁଣିଥିବେ ଓ ପଢ଼ିଥିବେ ଖାଦ୍ୟ ଖାଇବା ପରେ ଚାଲିବା ଉଚିତ୍। ଏହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଥାଏ। ଏହା ସହ ଖାଦ୍ୟ ଖାଇବା ପରେ ଚାଲିଲେ ମଧ୍ୟ ଭଲ ନିଦ ହେବାରେ ସାହାଯ୍ୟ କରେ। ଏପରି ପରିସ୍ଥିତିରେ, ଅନେକ ଲୋକ ଭାବନ୍ତି ଯେ ଖାଦ୍ୟ ଖାଇବା ପରେ ବୁଲିବା ଦ୍ୱାରା ଖାଦ୍ୟ ପ୍ରକୃତରେ ଖାଦ୍ୟ କଣ ଶୀଘ୍ର ହଜମ ହୁଏ ? ଉତ୍ତର ହେଉଛି ଖାଦ୍ୟ ଖାଇବା ପରେ ଚାଲିବା ଦ୍ୱାରା କେବଳ ଖାଦ୍ୟ ହଜମ କରେ ନାହିଁ ବରଂ ପେଟର ଚର୍ବି ମଧ୍ୟ ଏହାଦ୍ୱାରା ବଢ଼େ ନାହିଁ।
ଆପଣ ଖାଇସାରିବା ପରେ ଯଦି ସକ୍ରିୟ ହୋଇ କିଛି କାମ କରିବେ ତେବେ ଆପଣଙ୍କ ଶରୀର ପୋଷକତତ୍ୱ ଗ୍ରହଣ କରେ । ଖାଦ୍ୟ ହଜମ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ କ୍ଷୁଦ୍ର ଅନ୍ତନଳୀରେ ହୋଇଥାଏ। ଅନୁସନ୍ଧାନରୁ ଜଣାପଡିଛି ଖାଇବା ପରେ ଚାଲିବା ଦ୍ୱାରା ପେଟରୁ ଓ କ୍ଷୁଦ୍ର ଅନ୍ତନଳୀକୁ ଖାଦ୍ୟ ଶୀଘ୍ର ଚଳପ୍ରଚଳ ହୋଇଥାଏ । ଏହା ଦ୍ୱାରା ପେଟଫୁଲିବା, ଗ୍ୟାସ୍ ହେବା ଅମ୍ଳ ପରି ସାଧାରଣ ସମସ୍ୟା ହେବାର ସମ୍ଭାବନା ବହୁତ କମ୍ ଥାଏ । ଗବେଷଣା ଅନୁସାରେ ଖାଇବା ପରେ ୩୦ମିନିଟ ଚାଲିବା ଦ୍ୱାରା ଆପଣଙ୍କ ହଜମ ପ୍ରକ୍ରିୟାକୁ ଉନ୍ନତ କରିଥାଏ । ଯେଉଁ କାରଣରୁ କୋଷ୍ଠକାଠିନ୍ୟ ହେବାର ସମ୍ଭାବନା ବହୁତ କମ୍ ଥାଏ ।
ଖାଇବା ପରେ ଚାଲିବା କେବଳ ଆପଣଙ୍କ ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବ ନାହିଁ, ବରଂ ଏହା ଆପଣଙ୍କୁ ଦୈନିକ ଫିଟନେସ୍ ପାଇଁ ସାହାଯ୍ୟ କରିବ। ଯେକୌଣସି ପ୍ରକାର ଶାରୀରିକ ବ୍ୟାୟାମ ଶରୀରରେ ଏଣ୍ଡୋର୍ଫିନ୍ ବା ଫିଲ-ଗୁଡ୍ ହରମୋନ୍ ସୃଷ୍ଟି କରିଥାଏ। ଯାହା ଆମ ଶରୀରକୁ ଆରାମ ଦେବାରେ ସାହାଯ୍ୟ କରିଥାଏ। ଖାଇବା ପରେ ଆପଣ କିଛି ସମୟ ଚଲାବୁଲା କରିବା ନିହାତି ଆବଶ୍ୟକ ।
17/11/2021
ୟୁରିନ୍ ଇନଫେକ୍ସନରୁ ଆଶ୍ବସ୍ତି ପାଇବାକୁ ଆପଣାନ୍ତୁ ଏହି ଘରୋଇ ଉପଚାର
ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ୟୁରିନ ଇନଫେକ୍ସନର ଶିକାର ହୋଇଥାନ୍ତି। ପ୍ରାୟ ୭୦ ପ୍ରତିଶତ ମହିଳାଙ୍କୁ ଠାରେ ନିଶ୍ଚୟ ୟୁରିନ ଇନଫେକ୍ସନ ସମସ୍ୟା ହୋଇଥାଏ। ୟୁରିନ ଇନଫେକ୍ସନର ମୁଖ୍ୟ କାରଣ ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା। ଅଧିକ ସମୟ ଯାଏଁ ପରିସ୍ରା ଅଟକାଇ ରଖିବା ଯୋଗୁଁ ପିତ୍ତାଶୟ ବ୍ୟାକ୍ଟେରିଆ ଜମା ହୋଇଯାଏ। ଫଳରେ ଇନଫେକ୍ସନ ହୋଇଥାଏ। ୟୁରିନ ଇନଫେକ୍ସନ ହେଲେ ପରିସ୍ରା ସମୟରେ ଜ୍ବଳନ, ବାରମ୍ବାର ପରିସ୍ରା ଲାଗିବା, ଅଣ୍ଟା, ପେଟ ଓ ପିଠି ଦରଜ ସହ ଜ୍ୱର ମଧ୍ୟ ହୋଇଥାଏ। ଏହିସବୁ ଲକ୍ଷଣକୁ ନଜରଅନ୍ଦାଜ କଲେ ଇନଫେକ୍ସନ କିଡନୀକୁ ମଧ୍ୟ ପ୍ରଭାବିତ କରିଥାଏ। ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ଜରୁରୀ। ୟୁରିନ ଇନଫେକ୍ସନର ଘରୋଇ ଉପଚାର ମଧ୍ୟ ଅଛି। ଜାଣନ୍ତୁ କଣ…
୧. ୫୦ ଗ୍ରାମ ଅଁଳା ରସରେ ୩୦ ଗ୍ରାମ ମହୁ ମିଶାଇ ଦିନକୁ ୩ଥର ସେବନ କରନ୍ତୁ। ଏହାକୁ ସପ୍ତାହେ ଯାଏଁ ସେବନ କରନ୍ତୁ। ଜ୍ବଳନ ଭଲ ହୋଇଯିବ।
୨. ଦିନକୁ ୫-୬ ଲିଟର ପାଣି ପିଅନ୍ତୁ। ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହେଲେ ୟୁରିନ ଇନଫେକ୍ସନ ହୋଇଥାଏ। ଅଧିକ ପାଣି ପିଇଲେ ବ୍ଲାଡରରେ ବ୍ୟାକ୍ଟେରିଆ ଜମା ହୋଇପାରେ ନାହିଁ ଓ ସଂକ୍ରମଣରୁ ରକ୍ଷା ମିଳିଥାଏ।
୩. ୧୫ ଗ୍ରାମ ଧନିଆକୁ ରାତିରେ ପାଣିରେ ଭିଜେଇ ଦେବେ ସକାଳେ ଏହାକୁ ଥଣ୍ଡାଇ ଭଳି ଗ୍ରାଇଣ୍ଡ କରି ଛାଣି ଦେବେ। ଏଥିରେ ମିଶ୍ରି ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଜ୍ବଳନ ଭଲ ହୋଇଯିବ।
୪. ଧନିଆ ଓ ଅଁଳା ଚୁର୍ଣ୍ଣ ସମାନ ମାତ୍ରାରେ ମିଶାଇ ରାତିରେ ଭିଜେଇ ଦେବେ। ସକାଳେ ତାକୁ ଛାଣି ସେବନ କରିବେ। ଏହାଦ୍ୱାରା ୟୁରିନ ଇନଫେକ୍ସନରୁ ଆଶ୍ବସ୍ତି ମିଳିବ।
୫. ଖଟା ଫଳ ସେବନ କରିବେ। ଖଟା ଫଳରେ ସାଇଟରିକ ଏସିଡ ରହିଛି ଯାହା ବ୍ୟାକ୍ଟେରିଆକୁ ନଷ୍ଟ କରିବାରେ ସାହାଯ୍ୟ କରେ। ସେଥିପାଇଁ ୟୁରିନ ଇନଫେକ୍ସନ ହେଲେ ଖଟା ଫଳ ସେବନ କରିବା ଉଚିତ।
17/11/2021
ଶୀତଦିନ ଆରମ୍ଭ ହେବା ସହ ସବୁଠାରୁ ବଡ ସମସ୍ୟା ହେଉଛି ଶୁଖିଲା ଚର୍ମ । ଏଥିପାଇଁ ଲୋକମାନେ ଅନେକ ପ୍ରକାରର କୋଲ୍ଡ କ୍ରିମ୍ ବ୍ୟବହାର କରନ୍ତି । ତଥାପି କିଛି ଲୋକଙ୍କ ଚର୍ମ ଏହି କାରଣରୁ ଶୁଖିଲା ଦେଖାଯାଏ। ଯଦି ଆପଣଙ୍କ ଚର୍ମ ଶୁଖିଲା ଓ ଶୀତଦିନେ ଆହୁରି ଶୁଖିଲା ହୋଇଯାଉଛି, ତାହେଲେ ବର୍ତ୍ତମାନ ଏହାର ଯତ୍ନ ନେବା ଆରମ୍ଭ କରନ୍ତୁ । ଚେହେରାରେ ଉଜ୍ଜ୍ୱଳତା ବଜାୟ ରଖିବାର ସବୁଠାରୁ ଭଲ ଉପାୟ ହେଉଛି ରାତିରେ ଅଲିଭ୍ ଅଏଲ ଲଗାଇବା ।
ଅଲିଭ୍ ଅଏଲ ସ୍ୱାସ୍ଥ୍ୟ ପାଇଁ ବହୁତ ଭଲ । ଖାଦ୍ୟ ସହ ଏହା ଚର୍ମ ଓ ଚୁଟିରେ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଥାଏ ଯାହା ଆପଣଙ୍କ ଚର୍ମରେ ବାର୍ଦ୍ଧକ୍ୟର ଲକ୍ଷଣକୁ ଶୀଘ୍ର ଆଣିବାକୁ ଦିଏନାହିଁ । ଏହା ସହ ଶୀତଦିନେ ଏହାକୁ ମୁହଁରେ ଲଗାଇଲେ ଆପଣଙ୍କ ତ୍ୱଚା ଶୁଖିଲା ହୁଏ ନାହିଁ ।
ଅଲିଭ୍ ଅଏଲରେ ଭିଟାମିନ୍ ଏ, ଡି, ଇ ଓ କେ ଥାଏ। ଏହା ଚର୍ମ ପାଇଁ ବହୁତ ଲାଭଦାୟକ ଅଟେ। ଅଲିଭ୍ ଅଏଲରେ ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ମଧ୍ୟ ଥାଏ। ଏହା ଚର୍ମ ପାଇଁ ସର୍ବୋତ୍ତମ ମଶ୍ଚରାଏଜର ଅଟେ । ଏହା ଚର୍ମ ଓ କେଶରେ ଉଜ୍ଜ୍ୱଳତା ଆଣିଥାଏ ।
ଯଦି ଆପଣଙ୍କ ଚର୍ମ ବହୁତ ଶୁଖିଲା ତାହେଲେ ଆପଣ ସିଧାସଳଖ ଚର୍ମ ଉପରେ ଅଲିଭ୍ ତେଲ ଲଗାଇ ପାରିବେ । ଯଦି ଆପଣ ଅନୁଭବ କରୁଛନ୍ତି ଯେ ଏହା ଲଗାଇବା ପରେ ଶୁଖଲା ଲାଗୁଛି ତାହେଲେ ମୁହଁ ଧୋଇବା ପରେ ଏହାକୁ ଲଗାନ୍ତୁ। ଏହା ଆପଣଙ୍କ ଚର୍ମର ଶୁଷ୍କତାକୁ ଶୋଷିବ। ଆପଣ ଅଲିଭ୍ ତେଲକୁ ମେକଅପ୍ ରିମୁଭର୍ ଭାବେ ମଧ୍ୟ ବ୍ୟବହାର କରିପାରିବେ ।
ଅଲିଭ୍ ତେଲ ଶୁଖିଲା ଚର୍ମ ପାଇଁ ଭଲ କିନ୍ତୁ ଏହାକୁ ଅଧିକ ବ୍ୟବହାର କରନ୍ତୁ ନାହିଁ । ଏହାକୁ ହାଲୁକା ଭାବରେ ପ୍ରୟୋଗ କଲେ ଆପଣ ଏହାକୁ ଟିସ୍ୟୁ ପେପର ମାଧ୍ୟମରେ ମଧ୍ୟ ପୋଛି ପାରିବେ । ଯଦି ଆପଣ କୌଣସି ଆଲର୍ଜି ଅନୁଭବ କରୁଛନ୍ତି ତେବେ ଏହାର ବ୍ୟବହାର କରନ୍ତୁ ।
17/11/2021
ଥଣ୍ଡା ସମୟରେ ରସୁଣ ବ୍ୟବହାର ବଢ଼ିଯାଏ । ରସୁଣ ସମସ୍ତଙ୍କ ଘରେ ସହଜରେ ମିଳିଯାଏ । ରସୁଣ ଖାଇଲେ ସ୍ୱାଦ ବଢ଼ିବା ସହ ଅନେକ ରୋଗ ମଧ୍ୟ ଶରୀରରୁ ଦୁର ହୋଇଯାଏ। ରସୁଣ ସହ ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ । ଆୟୁର୍ବେଦରେ ମହୁକୁ ବହୁତ ଉପକାରି ବୋଲି କୁହାଯାଇଛି। ଥଣ୍ଡା, କାଶ ଓ ଉଚ୍ଚ ରକ୍ତଚାପ ରୋଗିମାନଙ୍କୁ ରସୁଣ ଓ ମହୁ ବହୁତ ଲାଭଦାୟକ ହୋଇଥାଏ। ଯଦି ଆପଣ ମହୁ ଓ ରସୁଣ ଏକାସାଙ୍ଗେ ମିଶାଇ ଖାଉଛନ୍ତି ଏହାର ଗୁଣ ଅଧିକ ବଢ଼ିଯାଏ । ଏହା ପାଚନ ପ୍ରକ୍ରିୟା ବଢ଼ାଇବାରେ ସାହାଯ୍ୟ କରେ ।
ରସୁଣରେ ଭିଟାମିନ ବି୬ ଓ ସି, ଫାଇବର, ମାଙ୍ଗାନିଜ, କ୍ୟାଲ୍ସିୟମ୍, ଭଳି ପୋଷକ ତତ୍ୱ ଥାଏ । ଯାହା ଓଜନ କମ କରିବାରେ ମୁଖ୍ୟ ଭୂମିକା ନିଭାଇଥାଏ।
ରସୁଣ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼େ ଓ ଶରୀରରୁ ବିଶାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ।
ରସୁଣ ଖାଇଲେ ଶରୀରରେ ଚୟାପଚୟ ପ୍ରକ୍ରିୟା ବଢ଼ିଥାଏ ଓ ଶରୀରରେ ଥିବା ଅଧିକ ଚର୍ବିକୁ କମାଇବାରେ ସାହାଯ୍ୟ କରେ।
ମହୁ ଶରୀରକୁ ଶକ୍ତି ପ୍ରଦାନ କରିବେ ସାହାଯ୍ୟ କରେ ।
ଶରୀରରେ ଗ୍ଲୁକୋଜ ଉତ୍ପାଦନ କରିବାରେ ମହୁ ସାହାଯ୍ୟ କରେ ଯାହା କି ମସ୍ତିଷ୍କର ଶର୍କରା ସ୍ତରକୁ ଉଚ୍ଚ ରଖିଥାଏ।
ମହୁ ଖାଇଲେ ଶରୀରରେ ଫ୍ୟାଟ୍ ବର୍ଣ୍ଣିଙ୍ଗ ହରମୋନ ତିଆରି ହୁଏ ଓ ହାତଗୋଡ଼ ଫୁଲା ସମସ୍ୟା ଦୁର ହୁଏ।
ଗୋଟିଏ ପାଖୁଡ଼ା ରସୁଣ ଆଣନ୍ତୁ ଓ ତାକୁ ଦଳିଦିଅନ୍ତୁ। ତାପରେ ଗୋଟେ ଛୋଟ କପରେ ଏକ ଚାମଚ ମହୁ ନିଅନ୍ତୁ ଓ ଏଥିରେ ବଟା ହୋଇଥିବା ରସୁଣ ମିଶାନ୍ତୁ । ବର୍ତ୍ତମାନ ଦୁଇଟିକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏହାକୁ ୧୫-୨୦ ମିନିଟ ପାଇଁ ରଖିଦିଅନ୍ତୁ। ଆପଣ ଏହାକୁ ସକାଳେ ଖାଲି ପେଟରେ ଖାଆନ୍ତୁ । ଆପଣ ଏହାକୁ ଫ୍ରିଜରେ ରଖି ୩ ଦିନ ପର୍ଯ୍ୟନ୍ତ ଖାଇପାରିବେ।
ରସୁଣ ମହୁର ମିଶ୍ରଣ ଅଧିକ ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।
ଏହି ମିଶ୍ରଣକୁ ଦିନରେ ଥରେ ଖାଆନ୍ତୁ । ଦୁଇ ପାଖୁଡ଼ାରୁ ଅଧୀକ ରସୁଣ ଖାଆନ୍ତୁ ନାହିଁ ।
ଅଧିକ ରସୁଣ ଖାଇଲେ ପାଟି ଦୁର୍ଗନ୍ଧ, ପେଟ ଜଳା ପୋଡ଼ା, ଛାତି ଜଳିବା, ଗ୍ୟାସ ଭଳି ସମସ୍ୟା ହୋଇପାରେ।
ଗର୍ଭବତୀ ମହିଳା ବା ଛୋଟପିଲାକୁ ଏହି ମିଶ୍ରଣ ଦେବା ପୂର୍ବରୁ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।
16/11/2021
ଧଳା କେଶରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଘରୋଇ ଉପାୟ
ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତେ ସୁନ୍ଦର ଓ ଯବାନ୍ ଦେଖାଯିବାକୁ ଚାହାନ୍ତି। କିନ୍ତୁ ବୟସ, ପ୍ରଦୂଷଣ ଓ ବିଜି ଲାଇଫ୍ ଯୋଗୁ କେଶଗୁଡ଼ିକ ବୟସ ହେବା ପୂର୍ବରୁ ଧଳା ପଡ଼ିଯାଇଥାଏ। ଆଜିକାଲି ଯୁବପୀଢ଼ିଙ୍କ ମଧ୍ୟରେ କେଶ ଧଳା ହେବା ଏକ ଗମ୍ଭୀର ସମସ୍ୟା ସୃଷ୍ଟି କରିଛି। ଅନେକ ମହିଳା ଅଛନ୍ତି, ଯାହାଙ୍କ କେଶ ବୟସ ପୂର୍ବରୁ ଧଳା ପଡ଼ିଯାଇଥାଏ। ଯାହାଫଳରେ କି ଅନେକ ମହିଳା ଧଳା କେଶକୁ ଲୁଚାଇବା ପାଇଁ ବିଭିନ୍ନ କେମିକାଲ୍ ଯୁକ୍ତ ରଙ୍ଗକୁ ବ୍ୟବହାର କରିଥାନ୍ତି। ଏପରି କରିବା ଦ୍ୱାରା କିଛି ଦିନ କେଶଗୁଡ଼ିକ ଧଳା ରହେ କିନ୍ତୁ ଅନ୍ୟାନ୍ୟ ସମସ୍ୟାର ଆଶଙ୍କା ବଢ଼ିଯାଇଥାଏ। ଏହି କାରଣରୁ, ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ଘରୋଇ ଟିପ୍ସି କହିବୁ, ଯାହା ଆପଣଙ୍କ କେଶକୁ ଧଳା ହେବାରୁ ରକ୍ଷା କରିବ।
ପ୍ରଥମେ ଆପଣ ତିନି ରୁ ଚାରୋଟି ଅଁଳା ନିଅନ୍ତୁ। ଗୋଟେ କପ୍ ନଡ଼ିଆ ତେଲ ।
କିପରି ଏହାକୁ ବ୍ୟବହାର କରିବେ-
-ପ୍ରଥମେ ଅଁଳାକୁ ଭଲଭାବରେ ଧୋଇ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ।
– ପରେ ଏକ ପ୍ୟାନରେ ନଡିଆ ତେଲ ପକାଇ ସେଥିରେ ଅଁଳା ଖଣ୍ଡକୁ ପକାଇ ଭଲ ଭାବରେ ଫୁଟାନ୍ତୁ।
-୧୦ ମିନିଟ୍ ଫୁଟାଇବା ପରେ ଏହି ମିଶ୍ରଣକୁ ଏକ ପାତ୍ରରେ ରଖିଦିଅନ୍ତୁ।
– ପରେ ଏହି ମିଶ୍ରଣକୁ ଆପଣଙ୍କ କେଶରେ ମାଲିସ୍ କରନ୍ତୁ।
-ଏକ ରୁ ଦୁଇ ଘଣ୍ଟା ପରେ ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।
– ଏହି ପ୍ରକ୍ରିୟାକୁ ସପ୍ତାହରେ ୨ ରୁ ୪ ଥର କରନ୍ତୁ।
ଅଁଳା କେଶ ପାଇଁ ଏକ ଟନିକ୍ ଭାବରେ କାମ କରିଥାଏ। ଏଥିରେ ଭିଟାମିନ୍ ‘ସି’ ରହିଥାଏ। ଏହା କେଶରେ ଆଣ୍ଟିଅକ୍ସିଡାଣ୍ଟ ଏଜେଣ୍ଟ ଭାବରେ କାମ କରିବା ସହିତ କେଶର ଅନେକ ଲାଭ ହୋଇଥାଏ। କେଶକୁ ଘନ କରିବା ସହିତ ମଜଭୁତ୍ ମଧ୍ୟ କରିଥାଏ। ଧଳା ହେବାରୁ ରକ୍ଷା ମଧ୍ୟ କରିଥାଏ।
ପ୍ରଥମେ ୧୦ ରୁ ୧୫ଟି ଭୃଷଙ୍ଗ ପତ୍ର ନିଅନ୍ତୁ। ତିନି ଚାମାଚ ନଡ଼ିଆ ତେଲ ନିଅନ୍ତୁ।
-ନଡ଼ିଆ ତେଲରେ ଭୃଷଙ୍ଗ ପତ୍ରକୁ ମିଶାଇ ଭଲ ଭାବରେ ଫୁଟାନ୍ତୁ।
-ପରେ ତେଲକୁ ଛାଣି ଦେଇ କିଛି ସମୟ ଥଣ୍ଡା କରିଦିଅନ୍ତୁ।
-ଏହି ମିଶ୍ରଣକୁ କେଶରେ ମାଲିସ୍ କରନ୍ତୁ।
-କେଶରେ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ରଖି ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।
– ଏହି ପ୍ରକ୍ରିୟାକୁ ସପ୍ତାହରେ ଦୁଇଥର କରନ୍ତୁ।
ଆପଣ ଏହାକୁ ଧଳା କେଶର ଚିକିତ୍ସା ଭାବରେ ବ୍ୟବହାର କରିପାରିବେ। ଭୃଷଙ୍ଗ ପତ୍ର କେଶରେ ମେଲାନିନ ପିଗମେଣ୍ଟେସନ ବଢ଼ିବାରେ ସାହାଯ୍ୟ କରିଥାଏ। ଏଥିରେ ଅଧିକ ପରିମାଣର ଭିଟାମିନ୍ ‘ବି’ ରହିଥାଏ। ଯାହା କେଶ ବୃଦ୍ଧିରେ ସାହାଯ୍ୟ କରିଥାଏ।
ଏକ ଚାମଚ ଜଡ଼ା ତେଲା ନିଅନ୍ତୁ। ଦୁଇ ଚାମଚ ସୋରିଷ ତେଲ ନିଅନ୍ତୁ।
ଏହାକୁ କିପରି ବ୍ୟବହାର କରିବେ-
-ପ୍ରଥମେ ଜଡ଼ା ଓ ସୋରିଷ ତେଲକୁ ମିଶାଇ ଗରମ କରନ୍ତୁ।
– କିଛି ସମୟ ପରେ ଏହି ମିଶ୍ରଣକୁ ୧୦ ମିନିଟ୍ ପର୍ଯ୍ୟନ୍ତ କେଶରେ ମାଲିସ୍ କରନ୍ତୁ।
-୩୦ ମିନିଟ୍ ପରେ ସାମ୍ପୁରେ କେଶକୁ ଧୋଇ ଦିଅନ୍ତୁ।
16/11/2021
ଆଖି ତଳେ କଳା ଦାଗ ପଡିଥିଲେ, ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ କରିଦିଏ। ଆଖି ଖାଲୁଆ ଥିବା ଭଳି ମନେହୁଏ।ଆଜିକାଲି ଏହି ସମସ୍ୟା ଅନେକଙ୍କର ଥିବାର ଦେଖିବାକୁ ମିଳେ। ଅନେକ କାରଣ ଯୋଗୁ ଏହି ସମସ୍ୟା ଦେଖା ଦେଇଥାଏ।
ଶରୀରରେ ପୋଷକ ତତ୍ତ୍ୱର ମାତ୍ରା କମ୍ ହେବା, ଭଲରେ ନିଦ ନ ହେବା ଓ ମାନସିକ ବିଷାଦ କିମ୍ବା ଅଧିକ ସମୟ ଧରି କମ୍ପ୍ୟୁଟର ସାମ୍ନାରେ ବସି କାମ କରିବା ଆଦି କାରଣରୁ ଆଖି ଉପରେ ଏହାର ପ୍ରଭାବ ପଡିଥାଏ। ଆଉ ଆଖି ତଳେ କଳା ଦାଗ ପଡିଥାଏ।
ଆସନ୍ତୁ ଜାଣିବା ଏହି କଳାଦାଗ ଦୂର କରିବା ପାଇଁ କିଛି ଘରୋଇ ଉପାୟ…
ଆଳୁ- ଆଖିତଳେ ଯଦି ଆପଣଙ୍କର କଳା ଦାଗ ପଡିଛି, କୌଣସି ଔଷଧ ବଦଳରେ ଆଳୁକୁ ବ୍ୟବହାର କରନ୍ତୁ। ରାତିରେ ଶୋଇବା ପୂର୍ବରୁ ଚେହେରାକୁ ଭଲରେ ସଫା କରନ୍ତୁ। ଏହାପରେ ଆଳକୁ ପତଳା କରି କାଟି ଏକ ସ୍ଲାଇଡ୍ ଆଖିରେ ୨୦ ରୁ ୨୫ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହପରେ ଚେହେରାକୁ ଧୋଇ ଦିଅନ୍ତୁ। ପ୍ରତିଦିନ ଏପରି କରିବା ଦ୍ୱାରା ଆସ୍ତେ ଆସ୍ତେ ଆଖି ତଳ କଳାଦାଗ ଦୂରେଇ ଯିବ।
କାକୁଡି – କାକୁଡି ରସ କଳାଦାଗ ପାଇଁ ବହୁତ ଉପକାରୀ। କାକୁଡିକୁ ଛୋଟ ସ୍ଲାଇସ କାଟି ଆଖି ଉପରେ ରଖନ୍ତୁ। ୧୫ ମିନିଟ ପରେ ଧୋଇଦିଅନ୍ତୁ। ଏପରି ନିୟମିତ କରିବା ଦ୍ୱାରା ଆପଣ କାକୁଡିର ଉପକାରିତା ଅନୁଭବ କରିପାରିବେ।
ଗୋଲାପ ଜଳ- ଆଖି ତଳେ କଳା ଦାଗ ପାଇଁ ଗୋଲାପ ଜଳକୁ ବ୍ୟବହାର କରନ୍ତୁ। ବନ୍ଦ ଆଖିରେ ଗୋଲାପ ଜଳରେ ଭିଜା ତୁଳାକୁ ଆଖିରେ ରଖନ୍ତୁ। ଏପରି ୧୦ ମିନିଟ ହିଁ ରଖନ୍ତୁ। ଏପରି କରିବା ଦ୍ୱାରା ଆଖିର ଚାରିପାଖ ତ୍ୱଚା ଆସ୍ତେ ଆସ୍ତେ ଚମକି ଉଠିବ।
ଟମାଟୋ- ଟମାଟୋ ରସରେ କିଛି ବୁନ୍ଦା ଲେମ୍ବୁରସ, ଏକ ଚୁଟକି ବେସନ ଓ ହଳଦୀ ମିଶାଇ ନିଅନ୍ତୁ। ଏହି ମିଶ୍ରଣକୁ ଆଖିର ଚାରି ପାଖରେ ଲଗାଇ ନିଅନ୍ତୁ । ଏହି ମିଶ୍ରଣକୁ ସପ୍ତାହରେ ଅତି କମ୍ରେ ୩ ଥର ଲଗାନ୍ତୁ। ଏପରି କରିବା ଦ୍ୱାରା କଳାଦାଗ ବା ଡାର୍କ ସର୍କଲ ଧୀରେ ଧୀରେ କମି ଯିବ। ଆପଣଙ୍କ ଚେହେରାରା ପୁଣି ଚମକ ଆସିବ।
16/11/2021
ଏବେ ଶୀତ ଋତୁ ଆରମ୍ଭ ହୋଇଯାଇଛି। ଶୀତୁଆ ସକାଳ ସାଙ୍ଗକୁ ବିଭିନ୍ନ ପ୍ରକାରର ଶାଗର ଭଜା ହେଉ ବା ଏହି ଋତୁରେ ଫଳୁଥିବା ବିଭିନ୍ନ ପନିପରିବାର ସନ୍ତଳା ହେଉ ଲୋକଙ୍କୁ ବେଶ୍ ପସନ୍ଦ ଆସିଥାଏ।
ସେହିଭଳି କିଛି ଗୃହିଣୀ ଏହି ଋତୁରେ ତାଙ୍କ ରୋଷେଇ ଘରେ ମେଥି ପତ୍ରର ବ୍ୟବହାର କରିଥାନ୍ତି। ଯେମିତି କି କେହି କେହି ମେଥି-ଆଳୁର ତରକାରୀ ପ୍ରସ୍ତୁତ କରି ବା ମେଥିର ପରଟା କରି ଖାଇବାକୁ ଭଲ ପାଇଥାନ୍ତି। ଏହାଛଡ଼ା କିଛି ଲୋକ ମେଥି ଶାଗ ଖାଇବାକୁ ମଧ୍ୟ ଭଲପାଇଥାନ୍ତି।
ମେଥିର ମଞ୍ଜିଭଳି ଏହାର ପତ୍ର ମଧ୍ୟ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହି ପତ୍ରକୁ କାହିଁକି ଖାଦ୍ୟଥାଳିରେ ସାମିଲ୍ କରିବା ଦରକାର।
ମଧୁମେହ ପାଇଁ ଉପକାରୀ- ମେଥି ପତ୍ର ଉଭୟ ଟାଇପ୍ ୧ଏବଂ ଟାଇପ୍ ୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ। ଶରୀରରେ ଇନସୁଲିନର ପରିମାଣ ବଢ଼ାଉଥିବା କାରଣରୁ ଏହା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିରେ ଥିବା ଫାଇବର ଯୋଗୁଁ ହଜମ ପକ୍ରିୟା ଧୀର ହୋଇଥାଏ, ଯେଉଁ କାରଣରୁ ଶରୀରରେ ସୁଗାରର ମିଶ୍ରଣ ଶୀଘ୍ର ହୋଇନଥାଏ। ମଧୁମେହ ରୋଗୀମାନେ ମେଥି ସହ ପନିପରିବା ଖାଇବା ଜରୁରୀ।
କଲୋଷ୍ଟୋରଲ୍ କମ୍ କରିଥାଏ- ମେଥିପତ୍ର ଶରୀରରେ କଲୋଷ୍ଟୋରଲ୍ କମ୍ କରିଥାଏ। ଏହା ସହ ଯକୃତରେ ମଧ୍ୟ କଲୋଷ୍ଟୋରଲ୍ ଜମା ହେବାଠାରୁ ରକ୍ଷା କରିଥାଏ। ମଧୁମେହ ରୋଗୀଙ୍କ ଆଥେରୋସ୍କ୍ଲେରୋସିସ୍ ରୋଗ ପାଇଁ ଏହା ମଧ୍ୟ ବହୁତ ଲାଭଦାୟକ ଅଟେ। କେତେକ ଅଧ୍ୟୟନ ଅନୁଯାୟୀ, ଶରୀରରେ ଭଲ କୋଲେଷ୍ଟ୍ରଲ (HDL) ବୃଦ୍ଧି ଏବଂ ଖରାପ କୋଲେଷ୍ଟ୍ରଲ (LDL) ହ୍ରାସ କରିବା ପାଇଁ ଫେନୁଗ୍ରିକ୍ ପତ୍ର କାମ କରିଥାଏ।
ହାର୍ଟ ରୋଗ ପାଇଁ ଲାଭ ଦାୟକ: ମେଥିର ମଞ୍ଜି ବା ଏହାର ପତ୍ରକୁ ନିୟମିତ ଖାଇବା ଦ୍ୱାରା ହାର୍ଟ ରୋଗୀ ଉପକୃତ ହୋଇଥାନ୍ତି। ମେଥି କୋଲେଷ୍ଟ୍ରାଲ୍ କମ୍ କରୁଥିବାରୁ ହାର୍ଟ ଏବଂ ରାଗୀଙ୍କ ପାଇଁ ଏହା ଜରୁରୀ ହୋଇଥାଏ।
ମେଥିପତ୍ର ଜଡ଼ି ବୁଟି ଭଳି କାମ କରେ। ଯାହାକି ହାର୍ଟ ଆଟାକ୍ ଏବଂ ହାର୍ଟ ଷ୍ଟ୍ରୋକ୍ ସମୟରେ ରକ୍ତକୁ ଥକିବାକୁ ଦିଏନାହିଁ।
16/11/2021
ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରେ ; ଡାଳିମ୍ବ
ଡାଳିମ୍ବର ସେବନ ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ। ସୁସ୍ଥ ଓ ନିରୋଗ ରହିବା ପାଇଁ ନିୟମିତ ଡ଼ାଳିମ୍ବର ସେବନ କରିବା ଉଚିତ। ଏଥିରେ ଓମେଗା୫, କ୍ୟାଲସିୟମ, ପୋଟାସିୟମ, ଆଣ୍ଟି-ଅକ୍ସିଡ଼ାଣ୍ଟ, ଭିଟାମିନ ଏ, ସି, ଇ, ଆଇରନ, ଫରଫରସ ଆଦି ଅଧିକ ମାତ୍ରାରେ ରହିଛି। ଜାଣନ୍ତୁ ଏହାର ସ୍ୱାସ୍ଥ୍ୟ ଉପକାରୀ ଗୁଣ ବିଷୟରେ….
ଡାଳିମ୍ବର ସେବନ କରିବା ଦ୍ୱାରା ଶରୀରରେ ରକ୍ତର ମାତ୍ରା ବୃଦ୍ଧି ପାଇଥାଏ। ପେଟ ଜନିତ ବିଭିନ୍ନ ସମସ୍ୟା ଦୂର ହୋଇଥାଏ।
ଡାଳିମ୍ବର ସେବନ କରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ତେଣୁ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ନିୟମିତ ଏହାର ସେବନ କରିବା ଉଚିତ।
ଡାଳିମ୍ବର ସେବନ କରିବା ଦ୍ୱାରା ପାଚନ ସହ ଜଡିତ ବହୁ ସମସ୍ୟା ଦୂର ହୋଇଥାଏ। ପାଚନ ତନ୍ତ୍ର ସୁସ୍ଥ ଓ ମଜଭୂତ ରହିଥାଏ। ପାଚନ ସହ ସମ୍ବନ୍ଧିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନିୟମିତ ସେବନ କରନ୍ତୁ।
ହୃଦୟ ଜନିତ ସମସ୍ୟା ଥିବା ବ୍ୟକ୍ତି ନିଜ ଖାଦ୍ୟରେ ଡାଳିମ୍ବ ନିଶ୍ଚୟ ବ୍ୟବହାର କରନ୍ତୁ। ଏହା ଖୁବ ଲାଭଦାୟକ। ଏହାର ସେବନ କରିବା ଦ୍ୱାରା କୋଲେଷ୍ଟେରୋଲ ସ୍ତର ନିୟନ୍ତ୍ରିତ ହୋଇ ରହିଥାଏ। ହୃଦୟକୁ ସୁସ୍ଥ ରଖିବା ପାଇଁ ନିୟମିତ ଡାଳିମ୍ବର ସେବନ କରନ୍ତୁ।
Click here to claim your Sponsored Listing.
Category
Telephone
Website
Address
Bhubaneswar