Kabita
Beuti and entertainment
NAMASTE ''WEL COME'' TO MY PROFILE
All types video uploaded here joint u my page Thank you
21/06/2026
ଏକ ସହରରେ ରୀତା ନାମକ ଜଣେ ବୋହୂ ବିବାହ କରି ଏକ ନୂଆ ପରିବାରକୁ ଆସିଥିଲା। ରୀତା ବହୁତ ଶାନ୍ତ ଆଉ ସରଳ ଝିଅଟିଏ ଥିଲା। ହେଲେ ତା’ ଶାଶୁ ମଙ୍ଗଳା ଦେବୀ ଟିକେ କଡ଼ା ମିଜାଜ୍ର ମହିଳା ଥିଲେ। ଘରର ସବୁ କାମରେ ସେ ରୀତାର କିଛି ନା କିଛି ଭୁଲ୍ ବାହାର କରୁଥିଲେ। ରୀତା ଯେତେ ଭଲ ରୋଷେଇ କଲେ ବି, ଶାଶୁ କହୁଥିଲେ, "ତୋ ମାଆ ତତେ କିଛି ଶିଖେଇ ନାହାନ୍ତି।"ସାହି ପଡିଶାରେ ବୋହୂର ଦୁର୍ଗୁଣ ଗାଇବୁଲିଲେ। ନିଜ ଝିଅ ଆଗରେ ବୋହୂ ବିରୁଧ୍ୟରେ କହି ଚାଲିଲେ।
ଶାଶୁଙ୍କର ଏମିତି ଖଟା ବାଣୀ ଶୁଣି ଶୁଣି ରୀତା ମନେ ମନେ ବହୁତ କାନ୍ଦୁଥିଲା ଏବଂ ତା’ ମନରେ ଶାଶୁଙ୍କ ପ୍ରତି ତିକ୍ତତା ବଢ଼ିବାରେ ଲାଗିଲା। ସେ ଭାବିଲା, ସେ ଯେତେ ଯାହା କଲେ ବି ଶାଶୁ କେବେ ବଦଳିବେନି।ସବୁବେଳେ ଦୋଷ ଖୋଜୁଛନ୍ତି ଗାଳି ଦେବା ପାଇଁ।
ଦିନକର କଥା, ଶାଶୁ ମଙ୍ଗଳା ଦେବୀ ହଠାତ୍ ବହୁତ ଜୋରରେ ଅସୁସ୍ଥ ହୋଇପଡ଼ିଲେ। ସେ ଆଉ ଶେଯରୁ ଉଠିପାରିଲେନି। ରୀତାର ସ୍ୱାମୀ ଅଫିସ କାମରେ ବାହାରକୁ ଯାଇଥିଲେ। ଝିଅକୁ କଲ୍ କରି କହିଲା ମୋ ଦେହ ବହୁତ ଅସୁସ୍ଥ ତୁ ଟିକେ ଆସେ, ଝିଅ କହିଲା ମୋର କାମ ଅଛି, ଆଉ ସେବା କରିବାକୁ ତୋ ପାଖରେ ତୋ ବୋହୂ ଅଛି, ମୋ ଘର ସଂସାର ଛାଡି ତୋ ପାଖରେ କେମିତି ରହିବି,ତୁ ତୋ ବୋହୂ କୁ କହ ସେବା କରିବ,ଏହା କହି ଝିଅ କଲ୍ କାଟିଦେଲା,ରୀତା ଚାହିଁଥିଲେ ଶାଶୁଙ୍କୁ ଅଣଦେଖା କରିପାରିଥାନ୍ତା, କାରଣ ଶାଶୁ ତାକୁ ସବୁବେଳେ କଷ୍ଟ ଦେଉଥିଲେ। କିନ୍ତୁ ରୀତା ତା’ ମାଆଙ୍କ ଶିକ୍ଷାକୁ ମନେ ପକାଇଲା—"ପରିସ୍ଥିତି ଯାହା ହେଉନା କାହିଁକି, ନିଜର ମାନବିକତା କେବେ ହରାଇବନି ।"
ରୀତା ଦିନରାତି ଏକ କରି ଶାଶୁଙ୍କ ସେବା କଲା। ସମୟରେ ଔଷଧ ଦେବା, ତାଙ୍କ ପାଇଁ ପଥ୍ୟ ରୋଷେଇ କରିବା, ଆଉ ନିଜ ହାତରେ ତାଙ୍କୁ ଖୁଆଇଦେବା—ସବୁ କିଛି ସେ ହସହସ ମୁହଁରେ କଲା। ଯେତେବେଳେ ଶାଶୁ ଅସହ୍ୟ କଷ୍ଟରେ କାନ୍ଦୁଥିଲେ, ରୀତା ତାଙ୍କ ମୁଣ୍ଡ ଆଉଁସି ଦେଉଥିଲା।
ପ୍ରାୟ ଦୁଇ ମାସ ଏମିତି ନିଶ୍ୱାର୍ଥପର ସେବା ପରେ ମଙ୍ଗଳା ଦେବୀ ଧୀରେ ଧୀରେ ସୁସ୍ଥ ହେଲେ। ସେଦିନ ସକାଳେ ସେ ରୀତାକୁ ପାଖକୁ ଡାକିଲେ। ତାଙ୍କ ଆଖିରେ ଲୁହ ଥିଲା। ସେ ରୀତାର ହାତକୁ ଧରି କହିଲେ, "ମତେ କ୍ଷମା କରିଦେ ବୋହୂ। ମୁଁ ସବୁବେଳେ ତତେ ପର ଭାବି କଥା ଶୁଣାଉଥିଲି, ହେଲେ ତୁ ମୋର ଖରାପ ସମୟରେ ନିଜ ଝିଅ ଭଳି ମୋ ଜୀବନ ବଞ୍ଚେଇଲୁ। ଆଜିଠାରୁ ତୁ ଏ ଘରର ବୋହୂ ନୁହେଁ, ମୋର ବଡ଼ ଝିଅ।"ମୁଁ ଭାବୁଥିଲି ମୋର କିଛି ହେଲେ ମୋ ଝିଅ, ପୁଅ ଅଛନ୍ତି ମୋର ସେବା କରିବେ କିନ୍ତୁ ମୁଁ ଜାଣିପାରିନଥିଲି ବୋହୂ ହିଁ ଶେଷ ସମୟରେ ସାହାରା ହୁଏ। ପୁଅ କି ଝିଅ ନୁହେଁ, ଆମେ ପର ଭାବୁଥିବା ଝିଅଟି ଆମ ପାଇଁ ସବୁ କରେ।
ରୀତା ଶାଶୁଙ୍କୁ କୁଣ୍ଢେଇ ଧରି କାନ୍ଦିବାକୁ ଲାଗିଲା । ସେହିଦିନଠାରୁ ସେହି ଘରର ସଂସାର ପୂରା ବଦଳିଗଲା।
"କଟୁ କଥାର ଜବାବ କଟୁ କଥାରେ ଦେଲେ ସମ୍ପର୍କ ଭାଙ୍ଗିଯାଏ, ହେଲେ କ୍ଷମା ଆଉ ଭଲପାଇବା ଦ୍ୱାରା ପଥର ଭଳି ମଣିଷର ହୃଦୟ ବି ତରଳିଯାଏ। ପରିବାର
#
#ବରଗଡ଼_ଜିଲ୍ଲା_ବିଜେପୁର_ବ୍ଲକ_ଅନ୍ତର୍ଗତସମଲାଇପଦର_ନର୍ସରୀ_ଅଞ୍ଚଳର ିଛାଟିଆ_କୁଅରୁ_ଜଣେ_ବ୍ୟକ୍ତିଙ୍କୁ_ଅବସ୍ଥାରେ_ଉଦ୍ଧାର_କରାଯାଇଛି #
16/05/2026
#ପାଠ_କେତେ_ପଢ଼ିଛ_ସେଟା_ସବୁକିଛି_ନୁହେଁ_ସାଙ୍ଗ #
ଜୀବନରେ ବଡ଼ କଥା ହେଲା — ନିଜର ଇଚ୍ଛା, ସାହସ ଆଉ କିଛି କରିବାର ଜିଦ୍ ✨
ବହୁତ ଲୋକ ଡିଗ୍ରୀ ଥିଲେ ମଧ୍ୟ ହାରିଯାଆନ୍ତି, ଆଉ ବହୁତ ଲୋକ କମ୍ ପଢ଼ିଲେ ମଧ୍ୟ ନିଜର ପରିଚୟ ଗଢ଼ନ୍ତି 😊”
ଯେଉଁ ମଣିଷ ନିଜକୁ ବିଶ୍ୱାସ କରେ, ତାକୁ ହରାଇବା ପାଇଁ ପରିସ୍ଥିତିକୁ ମଧ୍ୟ ବହୁତ ପରିଶ୍ରମ କରିବାକୁ ପଡେ
“ତୁମ ସ୍ୱପ୍ନ ଛୋଟ ହୋଇପାରେ… କିନ୍ତୁ ତାକୁ ପୁରା କରିବାର ଜିଦ୍ ବହୁତ ବଡ଼ ହେବା ଦରକାର
Click here to claim your Sponsored Listing.
Category
Contact the business
Telephone
Website
Address
Raipur
RAIPUR